ମିଲଖା ସିଂ ଗୁରୁତର
ଚଣ୍ଡିଗଡ: ଭାରତୀୟ ଆଥଲେଟ୍ ମିଲଖା ସିଂଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ତାଙ୍କୁ ପିଜିଏମଆଇଇଆରର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୯୧ ବର୍ଷିୟ ମିଲଖା ସିଂ ଗତ ମାସ ମେ ୧୯ରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା, ଯାହା ପରେ ସେ କିଛି ଦିନ ଘରେ କ୍ବାରେଣ୍ଟାଇନରେ ଥିଲେ। ସେ କୋଭିଡ ସହ ନିମୋନିଆରେ ପୀଡିତ ଥିବାରୁ ଅମ୍ଳଜାନ ସହାୟତାରେ ଥିବାରୁ ତାଙ୍କୁ ମେ ୨୪ରେ ଚଣ୍ଡିଗଡ଼ର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ମିଲଖାଙ୍କ ପରେ ତାଙ୍କର ୮୨ ବର୍ଷୀୟ ପତ୍ନୀ ନିର୍ମଲ କୌରଙ୍କୁ ମଧ୍ୟ ସମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମିଲଖା କରୋନାମୁକ୍ତ ହୋଇ ଫେରିବା ପରେ ପୁଣି ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
Powered by Froala Editor