ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୩ ହଜାର ଜୁନିୟର ଡାକ୍ତର ଖପ୍ପା: ସମୂହ ଇସ୍ତଫା ଦେଲେ, କହିଲେ ସୁପ୍ରିମକୋର୍ଟ ଯିବୁ
ମଧ୍ୟପ୍ରଦେଶର ୩ ହଜାର କନିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି । ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ ମେଡିକାଲ କଲେଜର ଜୁନିଅର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ମଧ୍ୟପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ସୁଜୟ ପାଲଙ୍କ ଏକ ଯୁଗ୍ମ ବେଞ୍ଚ ରାଜ୍ୟସ୍ତରୀୟ ଜୁନିଅର ଡାକ୍ତରଙ୍କ ଧର୍ମଘଟକୁ ବେଆଇନ ବୋଲି କହି ଜୁନିୟର ଡାକ୍ତରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ, ଯଦି କନିଷ୍ଠ ଡାକ୍ତରମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧର୍ମଘଟ ଶେଷ କରିବା ପରେ କାର୍ଯ୍ୟକୁ ଫେରନ୍ତି, ତେବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏହି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ପ୍ରାୟ ୩୦୦୦ ଜୁନିଅର ଡାକ୍ତର ଇସ୍ତଫା ଦେଇଛନ୍ତି।
ମଧ୍ୟପ୍ରଦେଶ ଜୁନିୟର ଡାକ୍ତର ଆସୋସିଏସନ (ଜୁଡା) ର ଅଧ୍ୟକ୍ଷ ଅରବିନ୍ଦ ମିଣା କହିଛନ୍ତି କି, ରାଜ୍ୟର ୬ ମେଡିକାଲ କଲେଜର ୩ ହଜାର ଜୁନିୟର ଡାକ୍ତର ବୁଧବାର ଦିନ ସେମାନଙ୍କ ମେଡିକାଲ କଲେଜର ଡିନଙ୍କ ଠାରେ ସାମୁହିକ ଇସ୍ତଫା ପତ୍ର ଦେଇଛନ୍ତି । ରାଜ୍ୟସରକାର ତୃତୀୟ ବର୍ଷ କନିଷ୍ଠ ଠାକ୍ତରଙ୍କ ଏନରୋଲମେଣ୍ଟ ରଦ୍ଧ କରିଦେଇଥିବାରୁ ସେମାନେ ପରୀକ୍ଷାରେ ବସି ପାରିବେ ନାହିଁ ।
ସୂଚନା ଯେ, ପିଜି କରୁଥିବା ଜୁନିୟର ଡାକ୍ତରମାନଙ୍କୁ ୩ ବର୍ଷରେ ଡିଗ୍ରୀ ମିଳିଥାଏ । ତେଣୁ ରାଜ୍ୟସରକାର ତାଙ୍କ ଏନରୋଲମେଣ୍ଟ ରଦ୍ଧ କରିଦେଇଥିବାରୁ ସେମାନେ ଶେଷବର୍ଷ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଛନ୍ତି । ଏହାସହ ମିଣା କହିଛନ୍ତି କି ମଧ୍ୟପ୍ରଦେଶ ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେମାନେ ସୁପ୍ରିମକୋର୍ଟ ଯିବେ ।
Powered by Froala Editor