ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ମିଳିତ ଭାବେ ଆୟୋଜନ ହେବ ଟି୨୦ ବିଶ୍ବକପ୍
ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମିଳିତ ଭାବେ ରେ ୨୦୨୪ ରେ ହେବାକୁ ଥିବା ଟି୨୦ ବିଶ୍ବକପ୍ ଆୟୋଜନ କରିବେ। ଏହି ବିଶ୍ବକପ୍ର କେତେକ ମ୍ୟାଚ୍ ଆମେରିକାର ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କ ସହରରେ ଖେଳାଯିବ ବୋଲି ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଘୋଷଣା କରାଯାଇଛି। ଏହି ବିଶ୍ବକପ୍ରେ ୨୦ଟି ଦଳ ଭାଗ ନେବେ। ଟି୨୦ ବିଶ୍ବକପ୍ ମ୍ୟାଚ୍ ନିମନ୍ତେ ନ୍ୟୁୟର୍କର ଆଇଜେନ୍ହୋୱେର୍ ପାର୍କରେ ଏକ ନୂଆ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିରେ ୩୪ ହଜାର ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ।
ସେହିପରି ଡଲାସ ଓ ଫ୍ଲୋରିଡ଼ାରେ ଥିବା ଷ୍ଟାଡିୟମର ନବୀକରଣ କାମ ଆରମ୍ଭ ହୋଇଥିବା ଆଇସିସି ତରଫରୁ ସୂଚନା ଦିଆଯାଇଛି। ଆମେରିକାରେ କ୍ରିକେଟ୍କୁ ଲୋକପ୍ରିୟ କରିବା ନିମନ୍ତେ ଆଇସିସି ତରଫରୁ ଉଦ୍ୟମ ହେଉଛି ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍ ଅଲରଡାଇସ୍ କହିଛନ୍ତି। ସେହିପରି ୨୦୨୮ରେ ଆମେରିକାରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ କରିବାକୁ ଚେଷ୍ଟା ଚାଲିଥିବା ସେ ସୂଚନା ଦେଇଥିଲେ।
Powered by Froala Editor