ଗଣେଶ ପୂଜା ପଞ୍ଚାମୃତ ଭୋଗ ସେବନ କରି ୪୦ ଅସୁସ୍ଥ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତ ସରସତିଆ ଜେନା ସାହିରେ ଗଣେଶ ପୂଜା ଭୋଗ ଖାଇ ୪୦ ଅସୁସ୍ଥ ହୋଇପଡ଼ିଛି। ୨୦ ଜଣ ଗ୍ରାମବାସୀ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଉ ୨୦ ଜଣଙ୍କୁ ମେଡିକାଲ ଟିମ୍ ଗାଁରେ ଚିକିତ୍ସା କରୁଛନ୍ତି।
ଗତକାଲି ସରସତିଆ ଜେନା ସାହିରେ ଗଣେଶ ପୂଜା ହୋଇଥିଲା। ଗାଁ ଲୋକେ ଅପରାହ୍ନରେ ସମସ୍ତେ ପଞ୍ଚାମୃତ ଭୋଗ ସେବନ କରିଥିଲେ। ଯେଉଁମାନେ ପ୍ରସାଦ ସେବନ କରିଥିଲେ, ଆଜି ଭୋରରୁ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା।
୨୦ ଜଣଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ମେଡିକାଲ ଟିମ୍ ଗାଁରେ ଚିକିତ୍ସା କରୁଛନ୍ତି। ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ଫୁଡ୍ ପଏଜନ୍ ଯୋଗୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।
Powered by Froala Editor