ବଢ଼ିବଢ଼ି ଚାଲିଛି ସ୍କ୍ରବ ଟାଇଫସ, ପୁଣି ୭ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିବଢ଼ି ଚାଲିଛି ସ୍କ୍ରବ ଟାଇଫସ ଭାଇରସ ଆକ୍ରାନ୍ତ ସଂଖ୍ୟା। ପୁଣି ଜିଲ୍ଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ଅ।କ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି। ଯାହା ଚିନ୍ତାର କାରଣ ପାଲଟଛି।
ସୋମବାର ୫୯ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଜିଲ୍ଲାର ସଦର ବ୍ଲକର ମଝାପଡା ଓ ବାଲିଶଙ୍କରା ବ୍ଲକ ଅଂଚଳରେ ମାତ୍ରାଧିକ ଅ।କ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଥିଲେ। ଏହା ସହ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଓ ଡାକ୍ତରମାନଙ୍କ ସହ ଭର୍ଚୁଅ।ଲ ମୋଡରେ ବୈଠକ କରାଯାଇଛି ବୋଲି କହିଥିଲେ।ଅନ୍ୟପକ୍ଷରେ ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ୍ ରୋଗର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।
Powered by Froala Editor