ମହାରାଷ୍ଟ୍ରର କେଉଁ କେଉଁ ଜିଲ୍ଲାରେ ହେବ କଟକଣା କୋହଳ, ଜାଣନ୍ତୁ...
କରୋନା ସଂକ୍ରମଣ ମହାରାଷ୍ଟ୍ରରେ କମୁଥିବାରୁ ସରକାର କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ର ସରକାର ଏଥିପାଇଁ ୫ ସ୍ତରୀୟ ଅନଲକ୍ ପ୍ରକ୍ରିୟା ଘୋଷଣା କରିଛନ୍ତି । ଲେଭଲ ୧ରେ ଥିବା ଜିଲ୍ଲାଗୁଡ଼ିକରେ ସମସ୍ତ ପ୍ରକାରର ଲକଡାଉନ କଟକଣା କୋହଳ କରାଯିବ। ଥାଣେ, ଔରଙ୍ଗାବାଦା ସହ ମୋଟ ୧୮ଟି ଜିଲ୍ଲା ଏହି ତାଲିକାରେ ରହିଛନ୍ତି। ଏଠାରେ ସଂକ୍ରମଣ ହାର ୫%ରୁ କମ ରହିଥିବାରୁ ଏଠାରେ ଥିଏଟର, ମଲ, ସରକାରୀ ଓ ଘରୋଇ ହସ୍ପିଟାଲ ଖୋଲିବ। ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ମଧ୍ୟ ସ୍ୱାଭାବିକ ଭାବେ ଏହି ସବୁ ଜିଲ୍ଲାରେ ହୋଇପାରିବ।
ଅମରାବତୀ, ହିଙ୍ଗୋଲି, ମୁମ୍ବାଇ ଓ ନନ୍ଦାରୁବାର ଭଳି ଜିଲ୍ଲା ଲେଭଲ ୨ରେ ରହିଛନ୍ତି। ତେଣୁ ଏଠାରେ ୧୪୪ ଧାରା ଲାଗୁ ହେବ। ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ରେଷ୍ଟୁରାଣ୍ଟ, ଜିମ, ସେଲୁନ ଓ ବିୟୁଟି ପାର୍ଲର ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ଖୋଲିପାରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଠାରେ ଲୋକାଲ ଟ୍ରେନ ସାଧାରଣ ଲୋକଙ୍କ ପାଇଁ ଚାଲିପାରିବ ନାହିଁ। ମୁମ୍ବାଇରେ ପଜିଟିଭିଟି ରେଟ ୫%ରୁ କମ ଥିଲେ ହେଁ ଏଠାରେ ଅନଲକ ଲାଗୁ କରାଯିବ ନାହିଁ । ଜୁନ୍ ୧୫ ଯାଏ ସ୍ଥିତି ଉପରେ ନଜର ରଖାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବାକି ସବୁ ଜିଲ୍ଲାରେ ଲକଡାଉନ ବଳବତ୍ତର ରହିବ।
Powered by Froala Editor