ମାଡୁଛି ଭୟଙ୍କର ନିପା ସଂକ୍ରମଣ, କରୋନାଠୁ ଅଧିକ ମୃତ୍ୟୁହାର
କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ କରୋନା ତୁଳନାରେ ଅଧିକ ମାରାତ୍ମକ । ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର ଡିଜି ରାଜୀବ ଭଲା କହିଛନ୍ତି। ସେ କହିଛନ୍ତି ନିପା ଭାଇରସରରେ ମୃତ୍ୟୁହାର ୪୦ରୁ ୭୦ ରହିଛି। କରୋନାର ମୃତ୍ୟୁହାର କେବଳ ୨ରୁ ୩% ରହିଥିଲା । କେବଳରେ ଏବେ ନିପା ଭାଇସର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସରକାର ଅଷ୍ଟ୍ରେଲିଆରୁ ୨୦ ଡୋଜେସର ମୋନୋକଲୋନାଲ ଆଣ୍ଟିବଡି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ନିପା ଭାଇରସ ନିରାକରଣରେ ସହାୟତା କରିବ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ, ମେଡିକାଲ କଲେଜରେ ୨୧ ଜଣଙ୍କୁ ଆଇସୋଲେଶନ କରାଯାଇଛି। ନିପା ଭାଇରସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଥମେ ଚିହ୍ନଟ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହା ବ୍ୟତୀତ ନିପା ଭାଇରସର ପ୍ରଥମ ରୋଗୀଙ୍କର ଉତ୍ସ ଚିହ୍ନଟ କରାଯାଉଛି।
ନିପା ଭାଇରସ ହେଉଛି ଗୋଟିଏ ଜୋନୋଟିକ ରୋଗ। ଏହା ଜନ୍ତୁମାନଙ୍କ ଠାରୁ ମଣିଷ ଶରୀରରେ ପ୍ରବେଶ କରିଥାଏ। ଖାଦ୍ୟ ଓ ବ୍ୟକ୍ତିଗତ ସଂସ୍ପର୍ଶରେ ଆସିଲେ ଏହା ଜଣଙ୍କ ପାଖରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ବର୍ତ୍ତମାନ ସୁଦ୍ଧା କେଳରେ ୬ ଜଣ ନିପା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ପୂର୍ବରୁ ଏହି ରୋଗ ଯୋଗୁ ପ୍ରାଣ ହରାଇଛନ୍ତି।
ଆଣ୍ଟିବଡି ଆଣିବାକୁ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜୀବ ଭଲା କହିଛନ୍ତି, ୨୦୧୮ରେ ଆମେ କିଛି ଡୋଜେସ ଆଣ୍ଟିବଡି ଅଷ୍ଟ୍ରେଲିଆ ଠାରୁ ଆଣିଥିଲୁ। ବର୍ତ୍ତମାନ ଡୋଜେସ ଗୁଡ଼ିକ କେବଳ ୧୦ ଜଣ ରୋଗୀଙ୍କ ପାଇଁ ଉପଲବ୍ଧ ରହିଛି। ତେଣୁ ଆଉ ୨୦ ଡୋଜେସ ଆଣ୍ଟିବଡି ଆଣିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ମେଡିସିନ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ହିଁ ଦେବା ଜରୁରୀ। ଏଯାଏ ଭାରତରେ କାହାକୁ ଏହି ମେଡିସିନର ଡୋଜ ଦିଆଯାଇ ନାହିଁ। ଭାରତ ବାହାରେ ନିପାରେ ସଂକ୍ରମିତ ହୋଇଥିବା କେବଳ ୧୪ ଜଣଙ୍କୁ ମୋନୋକଲୋନାଲ ଆଣ୍ଟିବଡି ଦିଆଯାଇଛି। ସେମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି।
Powered by Froala Editor