ବଦଳିଲା ତାରିଖ , ୨୧ ତାରିଖ ନୁହେଁ ୨୨ ରେ ହେବ ବାଚସ୍ପତି ନିର୍ବାଚନ
ଘୁଞ୍ଚିଲା ଓଡିଶା ବାଚସ୍ପତି ନିର୍ବାଚନ । ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ପୂର୍ବରୁ ୨୧ ତାରିଖ ଅର୍ଥାତ ନୂଆଖାଇ ଦିନ ନିର୍ବାଚନ ହେବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଓଡିଶା ତଥା ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ନୂଆଖାଇ ଉକ୍ତ ଦିନରେ ରହୁଥିବାରୁ ନିର୍ବାଚନକୁ ଆଉ ଦିନଟିଏ ପାଇଁ ଘୁଞ୍ଚାଇ ଦିଆଯାଇଛି । ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।
ଏହିଠାରେ ସୂଚନା ଯେ , ବାଚସ୍ପତି ନିର୍ବାଚନ ତାରିଖକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯିବା ପରେ ଶେଷରେ ସରକାର ମୁଣ୍ଡ ନୂଆଇଛନ୍ତି । ନିର୍ବାଚନ ତାରିଖକୁ ପରିବର୍ତ୍ତନ କରାଯିବା ନେଇ ବାରମ୍ବାର ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଉଭୟ କଂଗ୍ରେସ ଓ ବିଜେପି ବାଚସ୍ପତି ନିର୍ବାଚନକୁ ବୟକଟ କରିବାକୁ ଘୋଷଣା କରିଥିଲେ ।
Powered by Froala Editor