୧୯ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁରୀ
ଶୁକ୍ରବାର ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ମୋଟ ୧୯ ପ୍ରସ୍ତାବରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବେିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି ।
ବସଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମୋହର ମିଳିଛି। ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ପଞ୍ଚାୟତକୁ ସହଜ ପରିବହନ ବ୍ୟବସ୍ଥା ଯୋଜନା ‘ଲକ୍ଷ୍ମୀ’। ସିଲିକନ ଓ ନିଷ୍ଟକୁ ୟୁନିଟାରି ୟୁନିଭର୍ସିଟି କରିବାକୁ କ୍ୟାବିନେଟରେ ମୋହାର ବାଜିଛି। ପେନସନ ବ୍ୟବସ୍ଥା ସରଳୀକରଣ ପାଇଁ ଓସିଏସ ପେନସନ ରୁଲରେ ସଂଶୋଧନ କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଜମି କିସମ ପରିବର୍ତ୍ତନ ଦେୟ ସମ୍ପର୍କିତ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
Powered by Froala Editor