ବଲାଙ୍ଗିର: ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ
ଭୁବନେଶ୍ୱର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢ଼ିବ ବର୍ଷା ପରିମାଣ । ଫଳରେ ଆହୁରି କଲବଲ ହେବେ ରାଜ୍ୟବାସୀ।
ତେବେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । କଳାହାଣ୍ଡିର ଏମ୍. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି, କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି, ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ୱରରେ ୫୫ ମିମି ବର୍ଷା ରେକର୍ଡ କରାଯାଇଛି। ସୁଦୃଶ୍ୟ ଲଘୁଚାପ ଛତିଶଗଡ଼ ଆଡ଼କୁ ଯାଉଥିବାରୁ ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ଜଳସ୍ତର ବଢ଼ିପାରେ ବୋଲି କହିଛି ପାଣିପାଗ ବିଭାଗ ।
ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Powered by Froala Editor