ଖିର ସହ ଖାଆନ୍ତୁନି ଫଳ

ମାଂସପେଶୀ, ହାଡ଼ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିପାରେ କ୍ଷୀର । ଏହା ଅତ୍ୟନ୍ତ ପୁଷ୍ଟିକର, ଯାହା ସବୁ ବୟସର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ଷୀର ଶରୀର ପାଇଁ ଉପକାରୀ ହେଲେ ବି ଏହାକୁ ସୀମା ମଧ୍ୟରେ ପିଇବା ଭଲ। ତେବେ ଏପରି କିଛି ଜିନିଷ ଅଛି ଯାହାକୁ କ୍ଷୀର ସହ ମିଶାଇକି ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼େ।
ପ୍ରତିଦିନ କ୍ଷୀର ପିଇଲେ ଆପଣ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି୧୨, ଭିଟାମିନ୍ ବି୨, ପଟ୍ଟାସିୟମ୍, ଫସଫରସ୍, ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ପାଇପାରିବେ। ଏହା ଆପଣଙ୍କ ହାଡ ଏବଂ ମାଂସପେଶୀକୁ ମଜବୁତ୍ କରାଇଥାଏ। ତେଣୁ ଖିରକୁ ପିଲାମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚନା କରାଯାଏ। କ୍ଷୀର ସହିତ ଅଧିକ ଫାଇବର ଓ କ୍ୟାଲ୍ସିୟମ୍ର ମିଶ୍ରଣ ଶରୀର ପାଇଁ କ୍ଷତିକାରକ। ସେହିପରି ପ୍ରୋଟିନ୍ଜାତୀୟ ଖାଦ୍ୟ ସହ ବି କ୍ଷୀର ଖାଇବା ଭଲ ନୁହେଁ।
ଲୋକମାନେ ଜଳଖିଆରେ କ୍ଷୀର ସହିତ ଅନେକ ଫଳ ଖାଇଥାନ୍ତି। ବାସ୍ତବରେ, ଫଳ ସହିତ ଫଳ ଖାଇବା ଅନୁଚିତ। ବିଶେଷକରି ଲେମ୍ବୁ ଏବଂ କମଳା ପରି ଖଟା ଫଳ କେବେବି କ୍ଷୀର ସହିତ ଖାଇବା ଉଚିତ୍ ନୁହେଁ। ଏହାକୁ ଏକାଠି ଖାଇଲେ ପେଟରେ ଏସିଡ୍ ବଢ଼ିଯାଏ ଏବଂ ଭଲ ହଜମ ହୁଏନାହିଁ। ଏହା ଗ୍ୟାସ, ପେଟ ଯନ୍ତ୍ରଣା, ପେଟ ଫୁଲିବା, ହୃଦଘାତର କାରଣ ହୋଇପାରେ। କ୍ଷୀର ଖାଇସାରି ଖଟାଜାତୀୟ ଖାଦ୍ୟ ଖାଇଲେ ତାହା ପେଟରେ ଛିଣ୍ଡିଯାଏ। କ୍ଷୀର , କଦଳୀ ମିଶାଇକି ଖାଇବା ଦ୍ବାରା କଫ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।
Powered by Froala Editor