ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ
ଭୁବନେଶ୍ୱର : ଆସିଲା ବଡ ଖବର । ବିଜେଡି ଉପସଭାପତି ପଦରୁ ମଙ୍ଗଳବାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କାର କରାଯାଇଛି। ଉପସଭାପତି ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି। ଦଳକୁ ସମାଲୋଚନା କରିବା ସୌମ୍ୟଙ୍କୁ ପଡିଲା ମହଙ୍ଗା । ମୌମ୍ୟଙ୍କ ଉପରେ ବିଜେଡିର ବଡ ଆକ୍ସନ ।
ନିଜର ସମ୍ପାଦକୀୟ ଲେଖିବା ଓ ସରକାରଙ୍କୁ ସାମାଲୋଚନା କରିବାକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ସୌମ୍ୟ । ଦଳ ଓ ପ୍ରଶାସନକୁ ନେଇ ନିଜ ଦଳକୁ ଆଡୁଆରେ ପକାଇଥିଲେ ସେ ।
Powered by Froala Editor