ଶ୍ରୀଜୀଉଙ୍କୁ ଦର୍ଶନ କଲେ ୫-ଟି ସଚିବ ପାଣ୍ଡିଆନ ଏବଂ ସୁଜାତା କାର୍ତ୍ତିକେୟାନ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଆଜି ସକାଳୁ ସେ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ସେ ଉତ୍ତର ଦ୍ୱାର ନିକଟରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର କାର୍ୟ୍ୟକୁ ଅନୁଧ୍ୟାନ ମଧ୍ୟ କରିଥିଲେ।
ବାହାର ରାସ୍ତା କାର୍ୟ୍ୟ ଶେଷ ହୋଇଥିବା ବେଳେ ଅନ୍ୟାନ୍ୟ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ୫ଟି ଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟାନ ପାଣ୍ଡିଆନ ମଧ୍ୟ ଆସିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି।
Powered by Froala Editor