ମଥାନୀରେ ବିପଦ ସଂକେତ ଉପରେ ବନ୍ୟା ପାଣି, ଭୟଭୀତ ଅଂଚଳ ବାସୀ
ଜଳେଶ୍ୱର: ବସ୍ତା ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିଲା ବେଳେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ୬.୪୨ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟା ପାଣି । ଭୟଭୀତ ଅବସ୍ଥାରେ ତଳିଆ ଅଂଚଳ ବାସୀ ।
ସୂଚନା ଥାଉକି, ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ୫.୫୦ ମିଟର ବିପଦ ସଙ୍କେତ ରହିଛି । ସକାଳ ୯ଟା ସୁଦ୍ଧା ୬.୪୪ ମି. ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବର୍ଷା ଲାଗି ରହିଥିବା ସହ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି ।
ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ।
Powered by Froala Editor