ଦୂଷିତ ପାଣି ପିଇ ଝାଡ଼ା-ବାନ୍ତି: ପ୍ରାଣ ହରାଇଲେ ୬ ଜଣ
ସୁରତ ସହର ଅନ୍ତର୍ଗତ କାଠୋର ଗାଁରେ ଦୂଷିତ ପାଣି ପିଇ ୬ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତଥ୍ୟ ଅନୁସାରେ, ଦୂଷିତ ପାଣି ପିଇିବା ପରେ ଗ୍ରାମବାସୀମାନେ ଅସୁସ୍ଥ ହୋଇପଡ଼ିଥିଲେ। ପାନୀୟ ଜଳ ଆସୁଥିବା ପାଇପ୍ରେ ଠାଏ କଣା ହୋଇଯାଇଥିବାରୁ ସେଥିରେ ନର୍ଦ୍ଦମା ପାଣି ମିଶୁଥିଲା। ଦୂଷିତ ପାଣି ପିଇବା ହେତୁ ଗ୍ରାମବାସୀମାନଙ୍କ ଠାରେ ଝାଡ଼ା-ବାନ୍ତି ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ମେ’ ୩୦ ଓ ୩୧ ତାରିଖ ଦିନ ୬ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆହୁରି ୫୦ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ବୁଧବାର ଦିନ ସୁରତ ମେୟର୍ ହେମାଲି ବଘାୱାଲା ପରିସ୍ଥିତି ସମୀକ୍ଷା କରିବା ସହ ମୃତବ୍ୟକ୍ତିଙ୍କ ପରିଜନଙ୍କ ପାଇଁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେ କହିଛନ୍ତି କି, କଲୋନିକୁ ଜଳଯୋଗାଣ ଆରମ୍ଭ ହେବା ପର୍ଯ୍ୟନ୍ତ ‘ପାଣି ଟ୍ୟାଙ୍କର୍’ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ପାଇପ୍ଲାଇନ ଜରିଆରେ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ଜଳ ପରୀକ୍ଷା ନିମନ୍ତେ ପାଣି ପରୀକ୍ଷା ଭ୍ୟାନ୍ ମଧ୍ୟ ପଠାଯାଉଛି।
Powered by Froala Editor