ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇଲା ‘ଆଦିତ୍ୟ-ଏଲ୍-୧
ନୂଆଦିଲ୍ଲୀ: ଚନ୍ଦ୍ରରେ ‘ଚନ୍ଦ୍ରଯାନ-୩’ର ସଫଳ ନରମ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଏହାର ପ୍ରଥମ ସୌର ମିସନ ଆରମ୍ଭ କରିଛି। ଦେଶର ପ୍ରଥମ ସୌରଯାନ ଅଦିତ୍ୟ-ଏଲ୍୧ ଏବେ ପୃଥିବୀର ୧.୫ ଲକ୍ଷ କିଲୋମିଟର ଦୂରରେ ରହିଛି। ଏହି ଯାନଟି ତା’ର ଲାଗ୍ରାଙ୍ଗିଆନ୍ ପଏଣ୍ଟ (ଏଲ୍-୧) କୁ ଯିବାବେଳେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇଛି।
ଏହି ଫଟୋଗୁଡ଼ିକୁ ଟ୍ବିଟର୍ (ଏକ୍ସ)ରେ ସେୟାର୍ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାଠାରୁ ଏହି ଆଦିତ୍ୟ-ଏଲ୍୧କୁ ସୌରପୃଷ୍ଠକୁ ପ୍ରେରଣ କରାଯାଇଛି। ମହାକାଶଯାନ ପୂର୍ବରୁ ଦୁଇଟି ପୃଥିବୀ-ବନ୍ଧିତ ମାନିଉଭର (କକ୍ଷପଥ ବୃଦ୍ଧି) ସଫଳତାର ସହ ସମ୍ପନ୍ନ କରିଥିବା ଇସ୍ରୋ ପ୍ରକାଶ କରିଛି। ୧୨୫ ଦିନ ପରେ ଆଦିତ୍ୟ- ଏଲ୍୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।
Powered by Froala Editor