କଂଗ୍ରେସର ପୋଷ୍ଟକୁ କାଉଣ୍ଟର କଲା ବିଜେପି

ନୂଆଦିଲ୍ଲୀ : ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ ଓ ବିରୋଧୀ ଏବେ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ସରଗମ ହୋଇଛି ରାଜନୀତି । ଇଣ୍ଡିଆକୁ ନେଇ କଂଗ୍ରେସ ସମିତ ଅନେକ ବିରୋଧୀଙ୍କ ମତ ମଧ୍ୟ ପ୍ରକାଶ ପାଇଛି । ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ ବିରୋଧୀ ଦଳ ନେତା ମତ ରଖିଛନ୍ତି। ଏପରିକି କଂଗ୍ରେସ କରିଥିବା ପୋଷ୍ଟକୁ କାଉଣ୍ଟର କରିବାକୁ ପଛାଇ ନାହିଁ ବିଜେପି ।
କଂଗ୍ରେସ ନିଜ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ଭାରତର ସମ୍ବିଧାନରୁ ଭାରତ ଶବ୍ଦକୁ ଲେଖିବା ପାଇଁ କଲମ ଧରିଥିବା ଜଣେ ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିବା ସହ ଭାରତ ସମ୍ବିଧାନର ମୁଖ୍ୟବନ୍ଧକୁ ପୋଷ୍ଟ କରିଛି। ଏପରିକି ଟ୍ୟାଗ୍ ଲାଇନ୍ରେ INDIA ଶବ୍ଦର ବିଲୋପ କରିବା ଅସମ୍ଭବ ବୋଲି ଲେଖାଯାଇଛି।
ମାତ୍ର ଉକ୍ତ ମୁଖବନ୍ଧରେ ବହୁ ଶବ୍ଦଗତ ତ୍ରୁଟି ଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏହି ସୁଯୋଗକୁ ହାତ ଛଡ଼ା ନ କରି ନଡ୍ଡା କଂଗ୍ରେସ ଉପରକୁ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି।
Powered by Froala Editor