ବିଶ୍ବକପ୍ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ

ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ୨୦୨୩ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶାର୍ମା ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛନ୍ତି।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏଥର ବିଶ୍ୱକପ୍ ଖେଳିବ। ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ବ ତୁଲାଇବେ । କେ ଏଲ ରାହୁଲ ଓ ଇଶାନ କିଷନ ଉଇକେଟ ରକ୍ଷକ ଦାୟିତ୍ବ ତୁଲାଇବେ ।
ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଉଛନ୍ତି- ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଈଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,କେ.ଏଲ୍ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ।
ଏସିଆ କପ୍ ଭଳି ବିଶ୍ୱକପ ସ୍କ୍ୱାଡରେ ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ସଞ୍ଜୁ ସାମସନ, ପ୍ରସିଦ୍ଧ କୃଷ୍ଣ ଓ ତିଲକ ବର୍ମାଙ୍କୁ ନିଆଯାଇନାହିଁ।
Powered by Froala Editor