G-20 ଶିଖର ସମ୍ମିଳନୀ ପୂର୍ବରୁ ବିବାଦ : ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ଭାରତ
G-20 ଶିଖର ସମ୍ମିଳନୀ ପୂର୍ବରୁ ବଢ଼ିଲା ଇଣ୍ଡିଆ ବିବାଦ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ୍ୟ ଭୋଜିର ନିମନ୍ତ୍ରଣ ପତ୍ରକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ।
କେନ୍ଦ୍ର ସରକାର ଜାଣିଶୁଣି ଇଣ୍ଡିଆ ବଦଳରେ ଭାରତ ଶବ୍ଦର ବ୍ୟବହାର କରିଛନ୍ତି। ସମ୍ଭବତଃ କେନ୍ଦ୍ର ସରକାର ଇଣ୍ଡିଆ ବଦଳରେ ଦେଶର ନାଁ କେବଳ ଭାରତ ରଖିବାକୁ ଚାହୁଁଥିବା ଜୟରାମ ରମେଶ କହିଛନ୍ତି । ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରଖାଯିବା ପରେ ଏହି ନାଁ ଚର୍ଚ୍ଚାରେ ରହିଛି ।
ବାସ୍ତବରେ ସବୁବେଳେ ଏହା ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ରହିଥାଏ। ବର୍ତ୍ତମାନ ସମ୍ବିଧାନର ଧାରା ୧ରେ ଉଲ୍ଲେଖ କରାଯାଇଛି ଯେ ଭାରତ, ଏହା ଇଣ୍ଡିଆ ଗୋଟିଏ ୟୁନିୟନ ଅଫ ଷ୍ଟେଟସ୍ସ। କିନ୍ତୁ ଏବେ ୟୁନିୟନ ଅଫ ଷ୍ଟେଟ୍ସ ଉପରେ ଆକ୍ରମଣ କରାଯାଉଛି।”
କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଇଣ୍ଡିଆକୁ ଭାରତ କହିବାରେ କୌଣସି ସାମ୍ବିଧାନିକ ଅସୁବିଧା ନାହିଁ। ତେବେ ସରକାର ଇଣ୍ଡିଆକୁ ସଂପୂର୍ଣ୍ଣ ଭାବେ ମୂଳପୋଛ କରିବାକୁ କୌଣସି ନିର୍ବୋଧ କାମ କରିବେ ନାହିଁ ବୋଲି ଆଶା । ଏହାସହ ଅନେକ ବିରୋଧୀ ଦଳର ନେତା ମଧ୍ୟ ଏପରି ଚର୍ଚ୍ଚାକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି।
Powered by Froala Editor