ଜୋ ବାଇଡେନଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଯୁକ୍ତ ରାଷ୍ଟ୍ର ଆମେରିକାର ପ୍ରଥମ ମହିଳାଙ୍କୁ କୋଭିଡ୍ ପିଜିଟିଭ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଜୋ ବାଇଡେଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଭାରତରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ସାମିଲ ହୋଇଥାନ୍ତେ, ମାତ୍ର ଏହା ପୂର୍ବରୁ ଜିଲି ବାଇଡେନ କୋଭିଡ୍-୧୯ ପିଜିଟିଭ ହୋଇଛନ୍ତି ।
ଆମେରିକାର ପ୍ରଥମ ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ଠାରେ କୋଭିଡ୍-୧୯ର କୌଣସି ଲକ୍ଷଣ ନଥିଲା । ଏହି ସମୟରେ ଡେଲାଓ୍ବେୟାର ଥିବା ନିଜ ବାସଭାବନରେ ରହିବେ । ଲିଜ ବାଇଡେନଙ୍କ ଯୋଗାଯୋଗ ନିର୍ଦ୍ଦେଶକ ଏନେଇ ଏକ ବୟାନ ଜାରି କରି ହ୍ବାଇଟ୍ ହାଉସରେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସୂଚନା ଦେଇଛି ।
୭୧ ବର୍ଷିୟା ଜିଲ୍ ବାଇଡେନ ପ୍ରଥମ ଥର ପାଇଁ ୧୬ ଅଗଷ୍ଟରେ କୋଭିଡ-୧୯ ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । ଏହା ପୂର୍ବରୁ ସେ ସ୍ବାମୀ ଜୋ ବାଇଡେନଙ୍କ ସହିତ କୈରୋଲିନାରେ ଛୁଟି କାଟୁଥିଲେ । ଏହି ଭିତରେ ମଧ୍ୟରେ ସେ ୫ଦିନ କ୍ବାରେଣ୍ଟାନରେ ରହିଛନ୍ତି । ୟୁଏସ୍ ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ୍ ବାଇଡେନ ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ସେପ୍ଟେମ୍ବର ୭ ତାରିଖରେ ଭାରତ ଆସିଥାନ୍ତେ ।
Powered by Froala Editor