୫ ତାରିଖ ବନ୍ଦ ରହିପାରେ ବ୍ୟାଙ୍କ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ଲାଗି ଚଳିତ ମାସ ୧୭ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ସପ୍ତାହନ୍ତ ସଟଡାଉନ୍ ମଧ୍ୟ ରହୁଛି । ସଟଡାଉନରେ ବ୍ୟାଙ୍କ ଖୋଲିବା ନେଇ କୌଣସି ନିର୍ଦିଷ୍ଟ ନିଦେ୍ର୍ଧଶନାମା ନାହିଁ । ଏହା ପୂର୍ବରୁ ଦୁଇଟି ଶନିବାର ବ୍ୟାଙ୍କ ଖୋଲା ରହିବାରୁ କିଛି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ନଜରରେ ରଖି ଆସନ୍ତା ୫ ତାରିଖ (ଶନିବାର)କୁ ଛୁଟି ଘୋଷଣା କରିବା ଲାଗି ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ପକ୍ଷରୁ ଦାବି କରାଯାଇଛି । ଗତ ଦୁଇ ଶନିବାରରେ ମାତ୍ର ୨% ଗ୍ରାହକ ବ୍ୟାଙ୍କକୁ ଆସିଛନ୍ତି । ସପ୍ତାହନ୍ତରେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ବ୍ୟାରଙ୍କ ବନ୍ଦ ରଖିବାକୁ ଦାବି କରାଯାଇଛି ।
Powered by Froala Editor