ଜି୨୦ ସମ୍ମିଳନୀ: ୪୦ ଏକ୍ସପ୍ରେସ ଟ୍ରେନ ବାତିଲ
ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଉତ୍ତର ରେଳବାଇ ପକ୍ଷରୁ ୪୦ଟି ମେଲ ଓ ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ପାଇଁ ଏହି ଟ୍ରେନ ଗୁଡିକର ଚଳାଚଳ ବନ୍ଦ ରହିବ।
ଜି୨୦ ସମ୍ମିଳନୀ ଦୃଷ୍ଟିରୁ ସୁରକ୍ଷା ନିମତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତର ରେଳବାଇ ଟ୍ୱିଟ କରିଛି ଯେ ଦିଲ୍ଲୀକୁ ବହୁ ଦେଶର ତୁଙ୍ଗ ନେତା ଆସୁଥିବାରୁ ସେମାନଙ୍କ ସୁରକ୍ଷା ଲାଗି ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଠି ସହିତ ୬୪ଟି ଟ୍ରେନର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
Powered by Froala Editor