ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ
ଦାରିଙ୍ଗବାଡ଼ି: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଶିଶୁ ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ରାଣୀପଦର ଗାଁର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ।
ପିତସଙ୍କ ସ୍ତ୍ରୀ ଗତକାଲି ଚୁଆକୁ ପାଣି ଆଣିବା ପାଇଁ ଯାଇଥିଲେ। ତାଙ୍କ ସାଥିରେ ହିମାଂଶୁଓ ସଲଟିଜନ୍ ସହ ଆଉ ଜଣେ ଶିଶୁ ଯାଇଥିଲେ। ପିତସଙ୍କ ସ୍ତ୍ରୀ ଚୁଆକୁ ପାଣି ଆଣି ଘରକୁ ଫେରିବା ପୂର୍ବରୁ ତିନି ଜଣ ଶିଶୁ ଘରକୁ ପଳାଇ ଆସିଥିଲେ। ଘରକୁ ଫେରିବା ବାଟରେ ହିମାଂଶୁ ଓ ସଲଟିଜନ ବାଟରେ ଥିବା ପୋଖରୀକୁ ଯାଇଥିଲେ। ସେଠାରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ଏହି ବିଷୟରେ ଅନ୍ୟ ଜଣ ଶିଶୁ ଘରେ ସବୁ କଥା କହିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁ ଓ ସଲଟିଜନଙ୍କୁ ପୋଖରୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor