ରୋଗ ପ୍ରତିରୋଧକ ଶକ୍ତି ବଢାଏ ମୌସମ୍ବୀ
![ରୋଗ ପ୍ରତିରୋଧକ ଶକ୍ତି ବଢାଏ ମୌସମ୍ବୀ](https://odishanewslens.com/news_gallery/2402_1622689145.jpg)
ମୌସୁମ୍ବୀ ଜୁସ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ମୌସମ୍ବୀରେ ଭିଟାମିନ ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ରହିଛି । ମୌସମ୍ବୀ ଜୁସକୁ ପ୍ରାୟ ସବୁ ଲୋକ ପସନ୍ଦ କରନ୍ତି । ମୌସମ୍ବୀ ଜୁସ ସହଜରେ ସବୁଠାରେ ଉପଲବ୍ଧ ହୋଇଥାଏ । ମୌସୁମ୍ବୀରେ ଫାଇବରର ମାତ୍ରା ମଧ୍ୟ ଭରପୂର ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭ ଦାୟକ ଓ ଉପକାରୀ ।
ସ୍କର୍ଭି ଏହା ଏକ ଏମିତି ରୋଗ ଯେଉଁଥିରେ ମାଢିରୁ ରକ୍ତ ବାହାରି ଥାଏ । ଏହା ଭିଟାମିନ ସି ଅଭାବରୁ ହୋଇଥାଏ । ତେବେ ଭିଟାମିନ ସି ମୌସୁମ୍ବୀ ଜୁସରେ ଭରପୂର ମାତ୍ରାରେ ରହିଛି ଯାହା ଏହି ରୋଗ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ପ୍ରତିଦିନ ମୌସୁମ୍ବୀ ଜୁସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇଥାଏ । େମୌସୁମ୍ବୀ ଜୁସରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରୀରକୁ ରୋଗ ସହ ଲଢିବାର ଶକ୍ତି ମଧ୍ୟ ଦେଇଥାଏ । ମୌସୁମ୍ବୀ ଜୁସରେ କ୍ୟାଲୋରୀ ମାତ୍ରା ବହୁତ କମ ହୋଇଥାଏ । ତେଣୁ ଓଜନ କମାଇବାରେ ମଧ୍ୟ ଏହା ସହାର୍ଯ୍ୟ କରିଥାଏ ।
ଗର୍ଭବତୀ ମହିଳାମାନଙ୍କ ପାଇଁ ମୌସୁମ୍ବୀ ଜୁସ ଖୁବ ଲାଭଦାୟକ ହୋଇଥାଏ । ଏହା ମା’ ଏବଂ ପିଲା ଉଭୟଙ୍କ ପାଇଁ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ ।
ପାଚନ କ୍ରିୟା ପାଇଁ ମୌସୁମ୍ବୀ ଜୁସ ବେଶ ଲାଭଦାୟକ ହୋଇଥାଏ । କାରଣ ମୌସୁମ୍ବୀ ର ମିଠା ସ୍ୱାଦ ଏବଂ ଏସିଡିକ ମାତ୍ରା ଥିବାରୁ ଏହା ଜୁସ ପିଇବା ଦ୍ୱାରା ପାଚନ କ୍ରିୟାରେ ସହାୟ ହୋଇଥାଏ । ମୌସୁମ୍ବୀ ଜୁସ ପିଇବା ଦ୍ୱାରା କୋଲୋଷ୍ଟ୍ରୋଲର ମାତ୍ରା ସଠିକ ରହିଥାଏ । ଏହା ଦ୍ୱାରା ରକ୍ତଚାପ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
Powered by Froala Editor