ଏକ୍ସ ମାଧ୍ୟମରେ କରିପାରିବେ ଅଡିଓ ଓ ଭିଡିଓ କଲ

ନୂଆଦିଲ୍ଲୀ: ଏକ୍ସ ମାଧ୍ୟମରେ ଅଡିଓ ଓ ଭିଡିଓ କଲ କରାଯାଇପାରିବ ବୋଲି ଏଲନ୍ ମସ୍କ ଘୋଷଣା କରିଛନ୍ତି ।ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ଏବେ ଏକ୍ସ ମାଧ୍ୟମରେ ଲୋକମାନେ ଅଡିଓ ଓ ଭିଡିଓ କଲ କରିପାରିବେ । ଏହି ସୁବିଧା ଆଇଓଏସ, ଆଣ୍ଡ୍ରଏଡ, ମ୍ୟାକ୍ ଓ ପିସିରେ ଉପଲବ୍ଧ ହେବ । ଏନେଇ ଆପଣଙ୍କୁ କୌଣସି ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ନାହିଁ ।
ଏକ୍ସର ଡିଜାଇନର ଆଣ୍ଡିଆ କୋନୱେ କିଛିଦିନ ତଳେ ସୂଚନା ଦେଇଥିଲେ କି ଏକ୍ସ ପ୍ଲାଟଫର୍ମରେ କଲିଂ ଫିଚର ଆସିବାକୁ ଯାଉଛି । ଏନେଇ ସେ ଅଗଷ୍ଟ ୧୦ ତାରିଖରେ ସୂଚନା ଦେିଥିଲେ । ସେପଟେ କଲିଂ ଫିଚରକୁ ନେଇ ଏବେ ମେଟା ଟେନସନରେ ପକାଇଛନ୍ତି ଏଲନ୍ ମସ୍କ । କାରଣ ଏହି ସୁବିଧା କେବଳ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସପରେ ଉପଲବ୍ଧ ଥିଲା ।
Powered by Froala Editor