ଆଜି ବ୍ଲୁ ରଙ୍ଗରେ ଚମକିବ ଚାନ୍ଦ

ନୂଆଦିଲ୍ଲୀ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜି ଚମକିବ ଚାନ୍ଦ । ଅଗଷ୍ଟ ୩୦ ତାରିଖରେ ଚନ୍ଦ୍ର ପ୍ରତିଦିନ ଅପେକ୍ଷା ଆକାଶରେ ସାମାନ୍ୟ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ଅଗଷ୍ଟ ମାସରେ ଦୁଇଟି ପୂର୍ଣ୍ଣିମା ପଡିଥିବାରୁ ବ୍ଲୁମୁନ ଦେଖାଯିବ ବୋଲି କୁହାଯାଇଛି । ପ୍ରଥମ ପୂର୍ଣ୍ଣିମା ୧ ଅଗଷ୍ଟରେ ଏବଂ ଦ୍ୱିତୀୟ ପୂର୍ଣ୍ଣିମା ୩୦ ଅଗଷ୍ଟରେ ହେବ । ଏହି ଅଲୋକିକ ଦୃଶ୍ୟକୁ ଦେଖିବ ବିଶ୍ବ । ଏହି ଦିନ ଚନ୍ଦ୍ରର ଆକାର ସବୁଦିନର ଆକାର ଠାରୁ ୧୪ ପ୍ରତିଶତ ବଡ ହେବ। ଏହି ଦୃଶ୍ୟ ପ୍ରତି ୨ କିମ୍ବା ୩ ବର୍ଷରେ ଥରେ ଦେଖାଯାଇଥାଏ ।
ମହାକାଶରେ କିଛି ଆଷ୍ଟ୍ରୋନୋମିକାଲ ଘଟଣା ହେତୁ ଆକାଶରେ ଅମାବାସ୍ୟା, ପୂର୍ଣ୍ଣିମା, ସୁପର ଚନ୍ଦ୍ର ଏବଂ ବ୍ଲୁମୁନ ଦୃଶ୍ୟମାନ ହୁଏ । ବ୍ଲୁ ମୁନ୍ ମଧ୍ୟ ଏହିପରି ଏକ ଘଟଣା । ଯାହା ପ୍ରତି ୨ ରୁ ୩ ବର୍ଷରେ ଦେଖାଯାଇଥାଏ। ଯେତେବେଳେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡେ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁମୁନ କୁହାଯାଏ । ଏହା କେବଳ ଆକାରରେ ସାମାନ୍ୟ ବଡ ନୁହେଁ, ଏହାର ରଙ୍ଗ ମଧ୍ୟ ସାମାନ୍ୟ ଭିନ୍ନ ହୋଇଥାଏ । ଯଦି ବର୍ଷର ଦୁଇ କିମ୍ବା ଅଧିକ ମାସରେ ଦୁଇଟି ପୂର୍ଣ୍ଣିମା ଥାଏ, ତେବେ ସେହି ବର୍ଷକୁ ଚନ୍ଦ୍ର ବର୍ଷ ବା ମୁନ ଇୟର କୁହାଯାଏ । ପୂର୍ବରୁ ୨୦୧୮ ମସିହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।
ବ୍ଲୁ ମୁନ ମାନେ ସମସ୍ତେ ଭାବନ୍ତି ଚନ୍ଦ୍ର ନୀଳ ଦେଖାଯିବ । କିନ୍ତୁ ଏଭଳି ହୁଏ ନାହିଁ । କିନ୍ତୁ କେତେକ କ୍ଷେତ୍ରରେ ବାୟୁମଣ୍ଡଳର ପ୍ରଭାବ ଯୋଗୁଁ ଚାନ୍ଦ ନୀଳ ଦେଖାଯାଏ । ତେବେ ସୂର୍ୟ୍ୟ ଅସ୍ତ ହେବା ପରେ ଆପଣ ବ୍ଲୁମୁନ ଦେଖିପାରିବେ ।
Powered by Froala Editor