ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ବିଜୟଶ୍ରୀଙ୍କ ନିକଟ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି।
ଉକ୍ତ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ମାସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ସେ। ଜ୍ୱରରେ ପୀଡ଼ିତ ହେବା ପରେ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍ ଆସିଥିଲା। ଶ୍ରୀ ରାଉତରାୟ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ରୀ ରାଉତରାୟଙ୍କ ଆରୋଗ୍ୟ କାମନା କରି ବାଲିମେଦସ୍ଥିତ ମା ଭେଡା ନାୟକାଣୀ ମନ୍ଦିର ଓ ସ୍ଥାନୀୟ ଗୁଡସ୍ଥିତ ବଳଦେବ ଜିଉ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ତେବେ କୋଭିଡ଼ରୁ ସେ ଆରୋଗ୍ୟ ହୋଇଥିଲେ ମଧ୍ୟ ଏହାର ପରବର୍ତ୍ତୀ ଜଟିଳତା ଯୋଗୁଁ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ବହୁ ନେତା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।
Powered by Froala Editor