ଅଦା କିଣିଲେ ନୂଆ ଫ୍ଲାଟ୍, କିନ୍ତୁ ସେହି ଘରୁ ମିଳିଥିଲା ଏହି ଅଭିନେତାଙ୍କ ମୃତଦେହ...
'ଦ କେରଳ ଷ୍ଟୋରି' ଫିଲ୍ମ ଜରିଆରେ ଲୋକପ୍ରିୟ ପାଲଟିଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ବିଷୟରେ ଏବେ ବଡ଼ ଖବର ହସ୍ତଗତ ହୋଇଛି। ଶୁଣିବାକୁ ମିଳିଛି । କୁହାଯାଉଛି ଯେ, ସେ କୁଆଡେ ସୁଶାନ୍ତ ସିଂହ ରାଜପୁତ ଯେଉଁ ଘରେ ସୁଇସାଇଡ କରିଥିଲେ ସେହି ଘର କିଣିଛନ୍ତି ।
୨୦୨୦ ମସିହା ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ତାଙ୍କ ଶୋଇବା ଘରୁ ଉଦ୍ଧାର ହୋଇଥିଲା। କେହି କେହି ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କେହି କେହି ହତ୍ୟା ଅଭିଯୋଗ ଆଣିଥିଲେ। ସୁଶାନ୍ତ ସେ ଘରେ ରହୁଥିବା ବେଳେ ଭଡ଼ା ଆକାରରେ ମାସିକ ୪.୫ ଲକ୍ଷ ଟଙ୍କା ଦେଉଥିଲେ। ତେବେ ତାଙ୍କ ପରିବାର ଲୋକ ଓ ପ୍ରିୟଜନ ଏହାକୁ ହତ୍ୟା ବୋଲି ଅଭିଯୋଗ କରନ୍ତି । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘର ଅନେକ ଥର ହେଡଲାଇନରେ ରହିସାରିଛି।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେହି ଆପାର୍ଟମେଣ୍ଟରେ ଘରର ମୂଲ୍ୟ ଅଧିକ ରହିଥିଲା। ଅନେକ ଲୋକ ଉକ୍ତ ଫ୍ଲାଟକୁ କିଣିବାକୁ ଆଗ୍ରହୀ ଥିଲେ। ଏବେ ଶେଷରେ ଘରଟି ଅଦା ଶର୍ମାଙ୍କ ହାତକୁ ଆସିଛି। ରିପୋର୍ଟ ଅନୁଯାୟୀ 'ଦ କେରଳ ଷ୍ଟୋରି'ର ସଫଳତା ପରେ ଅଦା ଶର୍ମାଙ୍କୁ 'କମାଣ୍ଡୋ' ସିରିଜରେ ମଧ୍ୟ ଦେଖିବାକୁ ମିଳିଛି।
Powered by Froala Editor