ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି। ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ଅଗଷ୍ଟ ୨୩ ତାରିଖ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୭ଶହ ପାର କରିସାରିଛି। ଖୋର୍ଦ୍ଧା ଜିଲ୍ଲା ଡେଙ୍ଗୁର ହଟସ୍ପଟ୍ ପାଲିଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୩୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ୱର ସ୍ଥିତ ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ ଡେଙ୍ଗୁ ଚିହ୍ନଟ କରାଯାଇଥିବା ଆଚାର୍ୟ୍ୟ ବିହାରରୁ ୧୦୫, ଜୟଦେବ ବିହାରରୁ ୬୬, ୟୁନିଟ୍ ୯ରୁ ୫୯, ସହିଦ ନଗରରୁ ୫୬, ୟୁନିଟ୍ ୪ରୁ ୫୦ ଓ ସତ୍ୟନଗରରୁ ୪୯ ଜଣ ଡେଙ୍ଗୁ ରୋଗୀ ଚହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୭୦, ବାଲେଶ୍ୱରରୁ ୨୪୮, କଟକରୁ ୧୭୩ ଓ ଜଗତସିଂହପୁରରୁ ୧୫୬ଜଣ ରୋଗୀ ଚିହ୍ନଟ କରାଯାଇଛି। ପ୍ରତିଦିନ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ୬୦୦ରୁ ୮୦୦ ରକ୍ତ ନମୂନା ପରୀକ୍ଷା କରାଯାଉଥିବା ବେଳେ ସେଥିରୁ ୭୦ରୁ ୮୦ ପିଜିଟିଭ ଚିହ୍ନଟ ହେଉଛନ୍ତି। ଏଯାବତ୍ ରାଜ୍ୟରେ ୪୦ହଜାର ୬୧୭ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।
Powered by Froala Editor