ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ। କଟକ ଜିଲ୍ଲା ବାଙ୍କୀ ବ୍ଲକ ଦୋଲଣାପୁର ଗ୍ରାମର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ତଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଆଜି ଦୋଲଣାପୁର ସ୍ଥିତ ତାଙ୍କ ବାସଭବନରେ ଚଢାଉ ହୋଇଛି। ୬ ଜଣିଆ ଭିଜିଲାନ୍ସ ଟିମ୍ ରେଡ୍ କରୁଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଛି।
Powered by Froala Editor