ମର୍ମନ୍ତୁଦ ଦୁର୍ଘଟଣା: ୨ କାଉଡ଼ିଆ ମୃତ

ସାନଖେମୁଣ୍ଡି : ୨ କାଉଡ଼ିଆଙ୍କ ଉପରେ ଚଢିଗଲା କାର୍। ଗଞ୍ଜାମ ଜିଲ୍ଲା ଆସିକା ଭେଜିପୁଟ ଭେଟନଇ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଆସିକା ଋଷିକୁଲ୍ୟା ସଙ୍ଗମ ସ୍ଥଳରୁ ଜଳ ନେଇ ଅରଖପୁର ତାରକେଶ୍ୱର୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କାର ମାଡିଯାଇ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ଭେଜିପୁଟ ଭେଟନଇରୁ ପାଣି ନେଉ କାଉଡିଆ ଯାଉଥିବା ବେଳେ ଏକ କାର୍ ଧକ୍କା ଦେଇଥିଲା। ଯାହାଫଳରେ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ନାମ ଅନିତା ସ୍ୱାଇଁ ଏବଂ ମୁକୁନା ବେହେରା ବୋଲି ଜଣାପଡିଛି।
ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Powered by Froala Editor