ହିନ୍ଦୁ ଝିଅକୁ ନେଇ ପଳାଇଲା ମୁସଲିମ ପୁଅ, ପୁଅର ବାପା ମା’ଙ୍କୁ ମାରିଦେଲେ ପଡୋଶୀ
ପୁଅ ଝିଅ ଭଲ ପାଇ ପଳାଇଲେ । ହେଲେ ଦଣ୍ଡ ଭୋଗିଲେ ବାପା ମା’ । ନିର୍ଦ୍ଦୟ ଭାବେ ପଡୋଶୀ ପିଟିପିଟି ମାରିଦେଲେ । ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ହିନ୍ଦୁ ଝିଅକୁ ମୁସଲମାନ ପୁଅ ବିବାହ କରିବାରୁ ଏପରି କାଣ୍ଡ ଭିଆଇଛନ୍ତି ପଡୋଶୀ।
ସୀତାପୁର ପୁଲିସ କହିବା ଅନୁସାରେ, ମୃତ ଅବ୍ବାସ ଓ ତାଙ୍କ ପତ୍ନୀ କମ୍ରୁଲ ନିଶାଙ୍କ ପୁଅ ଶୌକତ ପଡୋଶୀ ରାମପାଲଙ୍କ ଝିଅ ରୁବିକୁ ପ୍ରେମ କରୁଥିଲେ। 2020ରେ ଉଭୟ ଘରୁ ଫେରାର୍ ହୋଇ ଯାଇଥିଲେ। ଏ ବାବଦରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ରୁବି ନାବାଳିକା ଥିବାରୁ ସେତେବେଳେ ଶୌକତକୁ ଜେଲ୍ ପଠାଇ ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଶୌକତ ଜେଲରୁ ଆସିବା ପରେ ପୁନର୍ବାର ରୁବିକୁ ନେଇ ଫେରାର୍ ହୋଇଯିବା ସହ ବିବାହ ମଧ୍ୟ କରିଥିଲେ। ଏହାକୁ ନେଇ ଝିଅର ବାପା ଏବଂ ପଡୋଶୀ ମିଶି ପୁଅର ବାପା-ମାଆଙ୍କୁ ଲୁହା ରଡ୍ ଏବଂ ବାଡିରେ ପିଟିପିଟି ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ଝିଅର ବାପା ମଧ୍ୟ ସାମିଲ ଅଛନ୍ତି । ଏଭଳି କାଣ୍ଡକୁ ନେଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Powered by Froala Editor