ଚନ୍ଦ୍ରର ଖୁବ ନିକଟତର ହେଲା ବିକ୍ରମ ଲ୍ୟାଣ୍ଡର, ରହିଛି ୨୫ କିମି ଦୂରରେ
ନୂଆଦିଲ୍ଲୀ: ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର ଖୁବ ନିକଟତର ହେଲା ବିକ୍ରମ ଲ୍ୟାଣ୍ଡର । ଏବେ ଏହା ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨୫ଙ୍ଘ୧୩୪ ଅର୍ବିଟରେ ଘୁରୁଛି । ଚନ୍ଦ୍ରଠାରୁ ମାତ୍ର ୨୫ କିମି ଦୂରରେ ରହିଛି ଲ୍ୟାଣ୍ଡର ବିକ୍ରମ ।
ଏ ସଂକ୍ରାନ୍ତରେ ‘ଏକ୍ସ୍’ (ଟୁଇଟ୍) କରି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି: ଦ୍ୱିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍ ମଡ୍ୟୁଲ୍’ କକ୍ଷପଥ ପରିସୀମା ୨୫୧୩୪ କିଲୋମିଟରକୁ କମାଇ ଦେଇଛି। ‘ମଡ୍ୟୁଲ୍’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ୟ୍ୟୋଦୟ ହେବା ପର୍ୟ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ଭୋର୍ ୫.୪୫ରେ ଅବତରଣ ପ୍ରକ୍ରିୟା (ପାୱାର୍ ଡିସେଣ୍ଟ୍) ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି। ‘ଲ୍ୟାଣ୍ଡର୍ ବିକ୍ରମ’ ଓ ‘ରୋଭର୍ ପ୍ରଜ୍ଞାନ’ ସହିତ ଏହି ‘ଲ୍ୟାଣ୍ଡର୍ ମଡ୍ୟୁଲ୍’ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିବ।
Powered by Froala Editor