ବୈତରଣୀରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ

ଭଦ୍ରକ: ବିପଦ ସଙ୍କେତ ଉପରେ ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୮ ମିଟର ରହିଛି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢୁଥିବା ସୂଚନା ମିଳିଛି ।
ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଲେ ଯାଜପୁର ଜିଲ୍ଲାର ଦଶରଥପୁର ପ୍ରତି ବିପଦ ଆଣିବ। ବିଶେଷ କରି ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି।
Powered by Froala Editor