କୁକୁର ପାଇଁ ପଡୋଶୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ : ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ ଇନ୍ଦୋରରେ କୁକୁର ପାଇଁ ଦୁଇଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଦୁଇ କୁକୁର ପରସ୍ପରକୁ ଭୋକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ରାକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ରାଜପାଲ ସିଂହ ରାଜାୱତ ତାଙ୍କ ପଡ଼ୋଶୀଙ୍କ ଉପରକୁ ବାଲକୋନୀରୁ ଛିଡ଼ା ହୋଇ ୮ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି।
ପୋଷା କୁକୁରକୁ ନେଇ ଅଭିଯୁକ୍ତ ରାଜପାଲ ରାଜାଓ୍ବତ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରାଜପାଲ ଘରୁ ଏକ ବନ୍ଧୁକ ଆଣି ପଡ଼ୋଶୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆଡିସନାଲ ଡେପୁଟି ପୁଲିସ କମିଶନର ଅମରେନ୍ଦର ସିଂହ କହିଛନ୍ତି, “ରାଜପାଲ ସିଂହ ରାଜାୱତ ବ୍ୟାଙ୍କ ଅଫ ବରୋଦାର ସ୍ଥାନୀୟ ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି । ସେ ଖାଜରାନା ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଗୋଟିଏ କଲୋନୀରେ ରୁହନ୍ତି। ଗୁରୁବାର ରାତିରେ ସେ ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ବାଲକୋନୀରେ ଛିଡ଼ା ହୋଇ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ପୋଷା କୁକୁରଙ୍କୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ପରେ ଗୁଳି ମାଡ଼ ହୋଇଛି।”
Powered by Froala Editor