ପୁଣି ଆମେଥିରୁ ଲଢ଼ିବେ ରାହୁଲ : ଅଜୟ ରାୟ

ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେଥିରୁ ନିଶ୍ଚିତ ଲଢିବେ ରାହୁଲ । କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଥିରେ ରାହୁଲ ୨୦୧୯ରେ ହାରି ଯାଇଥିଲେ। କିନ୍ତୁ ୨୦୨୪ରେ ସେ ପୁଣି ଏହି ଆସନରୁ ପ୍ରାର୍ଥୀ ହେବେ ବୋଲି ଅଜୟ ରାୟ ସୂଚନା ଦେଇଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧୀ ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ । ଯଦି ପ୍ରିୟଙ୍କା ଗାନ୍ଧି ବାରାଣସୀରୁ ଲଢ଼ିବାକୁ ଚାହୁଁଛନ୍ତି, ତା’ହେଲେ ସେଠାରେ କେମିତି ସେ ଜିତିବେ ସେଥିପାଇଁ ସବୁ ବ୍ୟବସ୍ଥା କରାଯିବ।”
ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉତ୍ତର ପ୍ରଦେଶ ମୁଖ୍ୟ ଭାବେ ଅଜୟ ରାୟଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେ ରାହୁଲ ଓ ପ୍ରିୟଙ୍କାଙ୍କ ନିର୍ବାଚନ ଲଢ଼ିବା ସମ୍ପର୍କରେ ମତ ରଖିଛନ୍ତି। ଅଜୟ ରାୟ ୨୦୧୪ ଓ ୨୦୧୯ରେ ବାରାଣସୀରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଉଭୟ ଥର ଏଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରାଇଥିଲେ।
ରାହୁଲ ଗାନ୍ଧି ୨୦୧୯ରେ ଆମେଥି ସହ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରେ ସେ ଜିତିଥିବା ବେଳେ ଆମେଥିରେ କିନ୍ତୁ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଲେ। ସ୍ମୃତି ଇରାନୀ ୫୫ ହଜାର ଭୋଟ ବ୍ୟବଧାନରେ ଜିତି ଲୋକସଭାକୁ ଯାଇଛନ୍ତି। ଏଥିସହ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଏବେ ତାଙ୍କୁ ପୁଣିଥରେ ୨୦୨୪ରେ ରାହୁଲ ଗାନ୍ଧି ଆମେଥିରେ ଟକ୍କର ଦେବେ।
Powered by Froala Editor