ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କଲେ ଲେଖାଶ୍ରୀ

ମାହାଙ୍ଗା ମୃତ୍ୟୁ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଦୋଷୀଙ୍କୁ ଦଣ୍ଡି ମିିଳିନାହିଁ । ପୁଲିସ ଦୁଇ ମାସ କାଳ ନିଷ୍କ୍ରିୟ ରହି ପୋଷ୍ଟ ମର୍ଟମ ନ କରିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସଂହାର । ଦୁଇ ତଳେ ତଳେ ସେମାନେ ପୁଲିସ ଡିଜିଙ୍କୁ ଭେଟି ଏସମ୍ପକରେ ଅଭିଯୋଗ କରିଛନ୍ତି । ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଘନିଷ୍ଠ ସହଯୋଗୀ ଶରତ ନାୟକ ଇଙ୍ଗିତରେ ଏସବୁ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଶରତ ନାୟକଙ୍କୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏହି ମାମଲାର ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି। ମାମଲାର ରଫାଦଫା ନେଇ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ଥାନା ଠାରୁ ଆରମ୍ଭ କରି ରାଜନୀତିକ ମୈଦାନ ପର୍ୟ୍ୟନ୍ତ ହୁଲସ୍ତୁଲ ହୋଇଯାଇଛି | ଶେଷରେ ପୁଲିସ ସକ୍ରିୟ ହେବା ସହିତ ଖୋଳତାଡ଼ ଆରମ୍ଭ କରିଛି। ଶରତ ନାୟକଙ୍କୁ ପୋଲିସ ପଚରାଉଚରା କରିଥିବା ନେଇ ସୂଚନା ଦେଇଛନ୍ତି ଏସପି ।
Powered by Froala Editor