ନାଗାଙ୍କ ଫିଲ୍ମର ଗୀତ ଶୁଣି ଭାବପ୍ରବଣ ହେଲେ ସାମନ୍ଥା
ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃଙ୍କର ଅପକମିଂ ଫିଲ୍ମ 'ଖୁସି' ଚଳଚ୍ଚିତ୍ର ପାଇଁ ସ୍ଵାଧୀନତା ଦିବସର ବିଶେଷ ଅବସରରେ ଏକ ମ୍ୟୁଜିକ୍ କନ୍ସର୍ଟ ଆୟୋଜନ କରାଯାଇଥିଲା । ସାମନ୍ଥା ଏଥିରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନାଗା ଚୈତନ୍ୟଙ୍କ ଫିଲ୍ମର ଏକ ଗୀତ ଲାଇଭ୍ରେ ପ୍ରଦର୍ଶନ କରାଯାଇଥିଲା । ଏହା ଶୁଣିବା ପରେ ସାମନ୍ଥା ଭାବପ୍ରବଣ ହେବା ସହ ତାଙ୍କ ଆଖି ଲୁହରେ ଜକେଇ ଯାଇଥିଲା । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଏହା ଦୃଶ୍ୟମାନ ହେଉଛି ଯେ ସାମନ୍ଥା ଏହି ସମୟରେ ତାଙ୍କ ଲୁହକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଗୀତଟି ପୂର୍ବତନ ସ୍ଵାମୀ ନାଗା ଚୈତନ୍ୟଙ୍କ ସହ ସାମନ୍ଥାଙ୍କ ଦ୍ଵାରା ସୁଟିଂ କରାଯାଇଥିଲା। ବର୍ତ୍ତମାନ ସାମନ୍ଥାଙ୍କ ଏହି ଭିଡିଓ ସେମାନଙ୍କ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ' ସବୁ ସମୟ ଅନୁସାରେ ଠିକ୍ ହୋଇଯିବ ।
ସୂଚନା ଅନୁଯାୟୀ, ସାମନ୍ଥା ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ ବି ତାଙ୍କ ପ୍ରତି ଥିବା ଭଲପାଇବାକୁ ଭୁଲି ପାରିନାହାନ୍ତି । ନାଗା କିମ୍ବା ସାମନ୍ଥା ଉଭୟଙ୍କ ବିଷୟରେ କିଛି କହୁନଥିଲେ ବି ଫ୍ୟାନ୍ସ ମାନେ ତାଙ୍କୁ ଏକାଠି ହୋଇଯିବାକୁ ପ୍ରତିକ୍ରିୟାରେ କୁହନ୍ତି । ତେବେ ଯାହାବି ହେଉ ଖୁସି ଫିଲ୍ମ ପରେ ସାମନ୍ଥା ବିରତି ନେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ।
Powered by Froala Editor