ବଜ୍ରପାତ: ଦୁଇଟି ଜିଲ୍ଲାରେ ୮ ମୃତ
ଭୁବନେଶ୍ୱର: ବଜ୍ରପାତରେ ଦୁଇଟି ଜିଲ୍ଲାରେ ୮ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ।ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଓ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ମହାଦେବସରାଇ ଗାଁର ହୋଇଥିବାବେଳେ ଅନ୍ୟମାନେ ବେଲଗାଁ ଓ ପଣସପଡ଼ାର ବୋଲି ଜଣାପଡ଼ିଛି। ସମସ୍ତେ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।
ସେହିପରି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। ।
Powered by Froala Editor