ଲାଞ୍ଚ ନେଉଥିଲେ ଭଦ୍ରକ ସିଡିପିଓ ଓ ସୁପରଭାଇଜର, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

ଭଦ୍ରକ : ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୋଲଚନା ବେହେରା। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଛି।
ସୂଚନାନୁଯାୟୀ, ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ସର ଗଢିଆ ମିନି ଅଙ୍ଗନବାଡିରେ ଇତିଶ୍ରୀ ସେଠୀଙ୍କୁ ୱାର୍କର ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠିଙ୍କ ଠାରୁ ଲାଞ୍ଚ ନେଉଥିଲେ ଭଦ୍ରକ ସିଡିପିଓ ଓ ସୁପରଭାଇଜର। ସୁପରଭାଇଜର ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ମିଳିତ ଭାବେ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ସମ୍ପତ୍ତି ଯାଞ୍ଚ ପାଇଁ ଟିମ୍ ପ୍ରସ୍ତୁତି ହୋଇ ଯାଉଛି ବୋଲି ବିଭାଗୀୟ ଏସପି ସୂଚନା ଦେଇଛନ୍ତି। ତେବେ ୱାର୍କର ନିଯୁକ୍ତି ପାଇଁ ୫୦ ହଜାର ଟଙ୍କାର ଡିଲ୍ ହୋଇଥିବା ଜଣାପଡ଼ିଛି।
Powered by Froala Editor