ଝିଅକୁ କାନ୍ଧରେ ବସାଇ ଚାଲି ଚାଲି ଯାଉଥିଲେ ବାପା, ମୁଣ୍ଡକୁ ଗୁଳିମାରିଦେଲେ ଦୁର୍ବୃତ୍ତ
ଉତ୍ତର ପ୍ରଦେଶର ଶାହଜାହାନପୁରରେ ବିଚ୍ ରାସ୍ତାରେ ଜଣେ ଯୁବକ ଗୁଳି ମାଡ଼ ହୋଇଛି। ହେଲେ ଏହି ଗୁଳି ମାଡ ସମୟରେ ଯୁବକ ଜଣକ ତାଙ୍କ କୁନି ଝିଅକୁ କାନ୍ଧରେ ବସାଇ ଯାଉଥିଲେ । ଜଣେ ବ୍ୟକ୍ତି ଅତି ନିକଟରୁ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିବାବେଳେ ଝିଅଟି କଚାଡି ହୋଇ ପଡିଯାଇଥିଲା । ଘଟଣାଟି ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି।
ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୮ ବର୍ଷୀୟ ସୋଏବ। ସେ ନିଜ ଛୋଟ ଝିଅକୁ କାନ୍ଧରେ ବସାଇ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ତାଙ୍କୁ ଅତିକ୍ରମ କରି ଅଟକି ଯାଇଥିଲେ। ସୋଏବ ଏହାକୁ ଅଣଦେଖା କରି ଆଗକୁ ଚାଲି ଚାଲି ଯାଇଥିଲେ।
ଏତିକି ବେଳେ ଦୁଇ ବାଇକ ଆରୋହୀ ଗାଡ଼ିକୁ ଅଟକାଇ ପଛକୁ ଚାହିଁଥିଲେ। ଏହି ସମୟରେ ସୋଏବଙ୍କ ସାମ୍ନା ପଟୁ ଚାଲଚାଲି ଆସୁଥିବା ଆଉ ଜଣେ ଯୁବକ ବନ୍ଧୁକ କାଢ଼ିଥିଲେ ଓ ଅତି ନିକଟରୁ ସୋଏବଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଏହାପରେ ସେ ଦୌଡ଼ି ଯାଇ ପୂର୍ବରୁ ବାଇକରେ ବସିଥିବା ୨ ଯୁବକଙ୍କ ସହ ମିଶି ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ପରେ ସୋଏବ ଓ ତାଙ୍କ ଝିଅକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସୋଏବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବେରଲୀ ସ୍ଥାନାନ୍ତର କରାଯାଇଛି।
Powered by Froala Editor