ଦମଦାର ରୋଜଗାର କରୁଛି ‘ଜେଲର୍’

୭୧ ବର୍ଷ ବୟସରେ ବି କମିନି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍ । ଅଗଷ୍ଟ ୧୦ରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜେଲର' ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମଟି ଭାରତରେ ୧୦୮କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ବ ବକ୍ସ ଅଫିସରେ ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି।
ଗୁରୁବାର ଫିଲ୍ମ ରିଲିଜ୍ ହୋଇଥିବା ବେଳେ ପ୍ରଥମ ଦିନରେ ୪୮କୋଟି, ଶୁକ୍ରବାର ୨୫.୭୫କୋଟି ଟଙ୍କା, ଶନିବାର ୩୫କୋଟି ଟଙ୍କା ଆୟ କରିଥିଲା। ଏହାକୁ ମିଶାଇ ଫିଲ୍ମଟି ଭାରତରେ ମୋଟ ୧୦୮କୋଟି ଟଙ୍କା ଆୟ କରିଛି। ଓଭରସିଜ୍ ମାର୍କେଟରେ ବି ଫିଲ୍ମଟି ଭଲ ଆୟ କରିଥିବାରୁ ରବିବାରର ଆୟ ମିଶାଇ ଫିଲ୍ମର ମୋଟ ଆୟ ୩୦୦କୋଟି ପାର କରିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ, ଜେଲର ଫିଲ୍ମ ଏକା ସାଙ୍ଗରେ ୯୦୦ ଥିଏଟର୍ସରେ ରିଲିଜ ହୋଇଛି । ଫିଲ୍ମ ରିଲିଜ ପୂର୍ବରୁ ଟିକେଟ ଆଡଭାନ୍ସ ବୁକିଂ ହୋଇଥିଲା । ଆଗକୁ ଏହି ଫିଲ୍ମ ଦମଦାର ରୋଜଗାର କରିବ ବୋଲି ନିର୍ମାତା ଆଶା ରଖିଛନ୍ତି ।
Powered by Froala Editor