ସ୍ୱାଧୀନତା ଦିବସ: ପୋଲିସ ଡିଜିଙ୍କ ତତ୍ତ୍ଵାବଧାନରେ ଚାଲିଛି ଫୁଲ ଡ୍ରେସ୍ ରିହର୍ସଲ
ଭୁବନେଶ୍ଵର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଫୁଲ୍ ଡ୍ରେସ ରିହର୍ସଲ କରାଯାଉଛି । ପୋଲିସ ଡିଜି ଶୁନିଲ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ଫୁଲ ଡ୍ରେସ୍ ରିହର୍ସଲ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ କମାଣ୍ଡଣ୍ଡ ରହିବେ ଆଇପିଏସ ଅଙ୍କିତ ବର୍ମା ।
ପରେଡରେ ଏସଏସବି, ଓଏସଏପି ସପ୍ତମ ବାଟାଲିୟନ, ଓଡ୍ରାଫ, ଓଡ଼ିଶା ବ୍ରାସବ୍ୟାଣ୍ଡ ସାଙ୍ଗକୁ ଛତିଶଗଡ଼ ପୋଲିସର ଏକ ଟିମ୍ ପରେଡରେ ଅଂଶଗ୍ରହଣ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପୋଲିସ। ସମ୍ପୂର୍ଣ୍ଣ ଉତ୍ସବ ସ୍ଥଳକୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଉତ୍ସବ ସ୍ଥଳରେ ଥିବା ବଡ଼ ବଡ଼ କୋଠା ଉପରେ ସୁରକ୍ଷା କର୍ମୀ ମୁତୟନ ରହି ପୁରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।
Powered by Froala Editor