ଶିଶୁଙ୍କ ଯତ୍ନ ପାଇଁ ୨ ବର୍ଷ ନେଇପାରିବେ ଛୁଟି

ନୂଆଦିଲ୍ଲୀ : ଶିଶୁଙ୍କ ଯତ୍ନ ଲାଗି ମହିଳା କିମ୍ବା ଏକମାତ୍ର ପୁରୁଷ ଅଭିଭାବକଙ୍କୁ ମିଳିବ ୨ ବର୍ଷର ଛୁଟି । କାର୍ମିକ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହାର ସୂଚନା ଦେଇଛନ୍ତି । ସେଂଟ୍ରାଲ ସର୍ଭିସେସ୍ ବା ଲିଭ୍ ,୧୯୭୨ର ରୁଲ୍ ୪୩-ସି ଅନୁସାରେ ସରକାରୀ ଚାକିରି କରିଥିବା ମହିଳା କର୍ମଚାରୀ କିମ୍ବା ଶିଶୁର ଏକମାତ୍ର ଅଭିଭାବକ ପୁରୁଷ ସେମାନଙ୍କ ଯତ୍ନ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଛୁଟି ନେଇପାରିବେ । ଏହା ସେମାନଙ୍କ ଚାକିରି କାଳର ସବୁଠାରୁ ବଡ ଛୁଟି ।
Powered by Froala Editor