ସହମତିରେ ଶାରୀରିକ ସମ୍ପର୍କ ରଖିବାର ୬ ବର୍ଷ ପରେ ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ କୌଣସି ମହିଳା

ସହମତିରେ ଶାରୀରିକ ସମ୍ପର୍କ ରଖିବାର ୬ ବର୍ଷ ପରେ କୌଣସି ମହିଳା ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ । ଜଣେ ମହିଳା ଦାଏର କରି ଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଏହି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।
ବେଙ୍ଗାଲୁରୁର ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୩ ମସିହାରେ ଫେସ୍ବୁକ୍ରେ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହାପରେ ଉଭୟ ପ୍ରେମରେ ପଡ଼ିଲେ। ବିବାହର ପ୍ରତିଶ୍ରୁତି ଦେଇ ବର୍ଷେ କି ଦୁଇ ବର୍ଷ ନୁହେଁ ନୁହେଁ, ୬ ବର୍ଷ କାଳ ସେମାନେ ପରସ୍ପର ସହ ଶାରୀରିକ ସମ୍ପର୍କ ରଖିଲେ। ଉଭୟ ପାଖାପାଖି ରହୁଥିବାରୁ ଯୁବତୀ ଜଣକ ଅଧିକାଂଶ ସମୟ ଯୁବକଙ୍କ ନିକଟକୁ ଯାଉଥିଲେ। ମାତ୍ର ୬ ବର୍ଷ ପରେ ଯୁବକଜଣକ ବିବାହ ପାଇଁ ଆଉ ଧରାଛୁଆଁ ଦେଲେ ନାହିଁ।
ଏହାପରେ ଯୁବତୀ ଜଣକ ୨୦୨୧ ମାର୍ଚ୍ଚ ୮ ତାରିଖରେ ଇନ୍ଦିରା ନଗର ପୁଲିସ୍ ଷ୍ଟେଶନରେ ଲିଖିତ ଅଭିଯୋଗ କଲେ। ଏହି ମାମଲାରେ ଯୁବକ ଜଣକ ଗିରଫ ହୋଇ ଜାମିନ୍ରେ ମୁକୁଳି ଦେବନଗର ପଳାଇଥିବା ବେଳେ ସେଠାରେ ଜଣେ ଯୁବତୀଙ୍କ ସହ ରହୁଥିଲେ। ଏହା ଜାଣିପାରି ପୂର୍ବତନ ପ୍ରେମିକା ଜଣକ ସେଠାକୁ ଯାଇ ପ୍ରେମିକ ଓ ତାଙ୍କ ମହିଳା ବନ୍ଧୁଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ସମ୍ପୃକ୍ତ ଯୁବକଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରି ନ ଥିବା ଜଣାଯାଇଛି।
ପ୍ରଥମ ଦିନରୁ ଆରମ୍ଭ କରି ୨୦୧୯ ଡିସମ୍ବେର ୨୭ ଯାଏ ସହମତିରେ ସେମାନଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଥିଲା କହି ବିଚାରପତି ଏମ୍. ନାଗପ୍ରସନ୍ନ ବେଙ୍ଗାଲୁରୁ ସହରର ଇନ୍ଦିରା ନଗର ଥାନା ଓ ଦେବନାଗେରେରେ ଥିବା ମହିଳା ଥାନାରେ ଅଭିଯୋଗକାରିଣୀ ପଞ୍ଜୀକୃତ କରାଇଥିବା ‘ଏଫ୍ଆଇଆର୍’ ଦୁଇଟିକୁ ଖାରଜ କରିଛନ୍ତି।
Powered by Froala Editor