ମନୀଷ ସିସୋଡିଆଙ୍କୁ ମିଳିଲାନି ଜାମିନ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆକୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଜାମିନ ମିଳିନାହିଁ। ତାଙ୍କ ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଡିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଜାମିନ ଆବେଦନ ଉପରେ ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Powered by Froala Editor