ଉପର ମୁଣ୍ଡରେ ବର୍ଷା: ହୀରାକୁଦ ଡ୍ୟାମର ଜଳ ପତ୍ତନ ବୃଦ୍ଧି

ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶର ପରିମାଣ ବଢୁଛି। ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ କଟକର ମୁଣ୍ଡଳିଠାରେ ଜଳସ୍ତର କମୁଛି।
ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲା ରହିଛି। ଆଜି ସକାଳ ୬ଟାରେ ଡ୍ୟାମର ଜଳସ୍ତର ୬୧୪.୬୦ ଫୁଟରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୨ ହଜାର ୮୦୮ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୬୭ ହଜାର ୬୯୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି।
ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଯୋଷା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ପରିସ୍ଥତି ସୃଷ୍ଟି ହୋଇଛି। କଟକ ମୁଣ୍ଡଳୀଠାରେ ସକାଳ ୬ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୮ ଲକ୍ଷ ୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପଷ୍ଟ୍ରିମରେ ୯୨.୬୦ ଏବଂ ଡାଉନ ଷ୍ଟ୍ରିମରେ ୯୦.୩୦ ଫୁଟ ଜଳସ୍ତର ରହିଛି। ଗତକାଲି ରାତି ୧୧ପରଠୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି।
Powered by Froala Editor