ବିପଦ ସଂକେତ ଉପରେ ବୈତରଣୀ
ଭଦ୍ରକ : ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି । ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୧୮.୪୫ ମିଟର । ବନ୍ୟା ସ୍ଥିତି ମୁକାବିଲା ଲାଗି ଘଊଜୠ ଟିମ୍ ମୁତୟନ ରହିଛି ।
ଅନେକ ପଞ୍ଚାୟତ ଏବେ ମଧ୍ୟ ଜଳବନ୍ଦୀ ରହିଛି। ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକ ରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଛି । ଧୂସୁରି , ଅସୁରାଳି , କସିମପୁର , ହାସ୍ନାବାଦ , ପଙ୍ଗଟା , ଫଳପୁର ଆଦି ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି ।
ସେପଟେ ବନ୍ୟା ପାଇଁ ଜିଲ୍ଲାର ୪ ବ୍ଲକରେ ସମସ୍ତ ସ୍କୁଲ ବନ୍ଦ ଘୋଷଣା । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ ର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ଅନ୍ୟ ସବୁ ବ୍ଲକରେ ସ୍କୁଲ ଖୋଲା ରହିବ ।
Powered by Froala Editor