ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳ ପ୍ରତି ବିପଦ
କଟକ : ଫୁଲୁଛି ମହାନଦୀ । ଉପର ମୁଣ୍ଡରୁ ମାଡି ଆସୁଛି ପାଣି । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଫଳରେ ତଳିଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ଜଗତସିଂପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ପ୍ରଶାସନ ବି ସଜାଗ ରହିଛି । ନଦୀ ବନ୍ଧରେ ପାଟ୍ରୋଲିଂ ଚାଲିଛି । ତଳି ଅଞ୍ଚଳ ଲୋରେ ନିରାପଦ ସ୍ଥାନକୁ ଯିବାରେ ଲାଗିଛନ୍ତି ।
୬ଟି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ପୁରୀ , ଜଗତସିଂହପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ବନ୍ୟା ଆସିବ ବୋଲି ଜଳ ସମ୍ପଦ ବିଭାଗ ସତର୍କ କରିଛି । ମହାନଦୀ ଏବଂ ଅନ୍ୟ ପ୍ରମୁଖ ନଦୀରେ ବନ୍ୟା ଯୋଗୁଁ ବହୁ ସ୍ଥାନରେ ଜନବସତିରେ ବନ୍ୟା ପାଣି ପ୍ରବେଶ କରିଛି।
Powered by Froala Editor