ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାତି ୧୦ଟା ୪୦ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ ଶାହ। ଶନିବାର ଦିନ ୧୧ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ୟ୍ୟକ୍ରମରେ ଯୋଗଦେବେ । ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ପର୍ୟ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ବୈଠକରେ ସାମିଲ ହେବେ କେନ୍ଦ୍ର ଗୃହମନ୍ତ୍ରୀ ।
ଅପରାହ୍ଣ ୨ଟାରୁ ୫ଟା ପର୍ୟ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିବେ । ଭୁବନେଶ୍ବର ଛାଡ଼ିବା ପୂର୍ବରୁ ସଂଧ୍ୟା ୬ଟାରେ ବିମାନ ବନ୍ଦର ଲାଉଞ୍ଜରେ ମଧ୍ୟ ଅମିତ ଶାହା ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିବାର କାର୍ୟ୍ୟକ୍ରମ ରହିଛି । ସୂଚନା ଥାଉକି, ଶୁକ୍ରବାରଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ପ୍ରଥମେ ସରକାରୀ କାର୍ୟ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ଏହାପରେ ହେବାକୁ ଥିବା ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେବେ । ଦଳୀୟ କାର୍ୟ୍ୟକ୍ରମରେ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ । ସେଥିରେ ଆଗାମୀ ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ନେଇ ଆଲୋଚନା କରାଯିବ ।
Powered by Froala Editor